ଖୋର୍ଦ୍ଧା ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ଆଗକୁ ଆହୁରି ବଢିବା ସମ୍ଭାବନା ରହିଛି। ତେବେ ପାଣି ଏବଂ ବାହାର ଖାଦ୍ୟରୁ ଜଣ୍ଡିସ ଆକ୍ରାନ୍ତ ବଢୁଛି ବୋଲି ସନ୍ଦେହ କରିଛି ସ୍ବାସ୍ଥ୍ୟ ବିଭାଗ। ଆଜି ସିଡିଏମଓ ଡା ସଞ୍ଜୟ ରାୟ, ଜନସ୍ବାସ୍ଥ୍ୟ ବିଭାଗ ଡା ରଞ୍ଜନ ମିତ୍ର ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ରୋଷେଇ ଗୃହ ବୁଲି ଦେଖିବା ସହ ପିଲାଙ୍କୁ ଦିଆଯାଇଥିବା ଖାଦ୍ୟ, ଖାଦ୍ୟ ପ୍ରସ୍ତୁତି ଗୃହ, ଖାଦ୍ୟ ସାମଗ୍ରୀ ବୁଲି ଦେଖିଛନ୍ତି।
ନବୋଦୟ ବିଦ୍ୟାଳୟରେ ସ୍ବଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ରଖିବା, ହେଣ୍ଡ ଗ୍ଲୋବସ, ମାସ୍କ, ଆଫ୍ରୋନ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ର ସୂଚନା ଦେଇଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ନମୁନା ସଂଗ୍ରହ କରାଯାଇଛି ଏବଂ ଏହି ମାମଲାରେ ଖୋର୍ଦ୍ଧା ଜିଲ୍ଲା ଟିମ୍ ଆକ୍ଟିଭ ଅଛି। ପ୍ରାୟ ହେପାଟାଇଟିସ A ବୋଲି ଜଣାପଡ଼ିଛି। ଏହା ଇଣ୍ଡେକ୍ସ କେସ୍ ଅନୁମାନ କରାଯାଉଛି। ଏହା ଜଳବାହିତ ଖାଦ୍ୟଜନିତ ରୋଗ, ପ୍ରକୃତ କାରଣ ଜଣାପଡ଼ିନି। ପ୍ରାୟ ୫୦ ପିଲା ଆକ୍ରାନ୍ତ ହୋଇଛନ୍ତି, କିନ୍ତୁ କେହି ଗୁରୁତର ନାହାନ୍ତି। ଆମେ ଘଟଣା ଉପରେ ନଜର ରଖିଛୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ଅଭିଭାବକମାନେ କୌଣସି ଭୟଭିତ ହୁଅନ୍ତୁ ନାହିଁ। ଜିଲା ସ୍ବାସ୍ଥ୍ୟ ବିଭାଗର ଟିମ ଗତ ୩ଦିନ ଧରି ଶିକ୍ଷକ, ପିଲାଙ୍କ ରକ୍ତ ପରୀକ୍ଷା ସହ ପାଣି ନମୁନା ସଂଗହ କରି ପରିକ୍ଷଣ ପାଇଁ ପଠାଯାଇଛି। ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖାଯାଇଛି କହିଛନ୍ତି ସିଡିଏମଓ।
ଅଧିକ ପଢନ୍ତୁ: ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ; ୧୨ଟି ସ୍ଥାନରୁ ଜଳର ନମୁନା ସଂଗ୍ରହ କଲା ୱାଟକୋ ଟିମ୍