ଭୁବନେଶ୍ୱର: ମିଲର୍ସ ଜିଦ ଯୋଗୁଁ ଧାନ ମଣ୍ଡିରେ ଲାଗି ରହିଥିବା ଅଚଳାବସ୍ଥାରେ ସୁଧାର ଆସିଛି । ଆଜିଠାରୁ ପୁଣି ଥରେ ଧାନ କିଣା ପ୍ରକ୍ରିୟା ସ୍ୱାଭାବିକ ହୋଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ମିଲର୍ସମାନେ କିଛି ଦାବି ନେଇ ଆନ୍ଦୋଳନ କରିଥିଲେ । ଗତକାଲି ମିଲର୍ସଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ମିଲର୍ସମାନଙ୍କର କିଛି ଦାବିକୁ ମାନିନେଇଛନ୍ତି । କଷ୍ଟମ ମିଲିଂ ବ୍ୟବସ୍ଥାକୁ ସରକାର ମାନିଛନ୍ତି । ସେହିପରି ପରିବହନ ଟଙ୍କା ମଧ୍ୟ ବୃଦ୍ଧି କରାଯାଇଛି । ସରକାର ଆଉ କିଛି ଦାବି ପୂରଣ ପାଇଁ ବିଚାର କରୁଛନ୍ତି । ଯାହା ଫଳରେ ଆଜି ଧାନ କିଣା ସ୍ୱାଭାବିକ ହୋଇଛି । ୧୯ଟି ଜିଲ୍ଲାରେ ୩.୧୫ ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇଛି । ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ ଟନ ଧାନ ମିଲର୍ସ ଉଠାଇଛନ୍ତି । ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନପୁଟ ଆସିଷ୍ଟାନ୍ସ ଦିଆଯାଇଛି ।