ରାଜନଗର : ରାଜନଗର : ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନାବନ୍ଦ ଆରମ୍ଭ। ବିଗତ ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ। କୁମ୍ଭୀର ଗଣନା ପାଇଁ ଜାତୀୟ ଅଭୟାରଣ୍ୟକୁ ୧୦ ତାରିଖ ଯାଏ ବନ୍ଦ ରଖାଯିବ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି। ତେବେ କୁମ୍ଭୀର ଗଣନା ପାଇଁ ନିୟୋଜିତ ହୋଇଛନ୍ତି ୨୪ ଟି ଟିମ୍। ପ୍ରତି ଟିମ୍ ରେ ଅଛନ୍ତି ୪ରୁ୫ ଜଣ ସଦସ୍ୟ। ନଦୀ ନାଳରେ କେତେ ଅଛନ୍ତି ବଉଳା କୁମ୍ଭୀର ସେ ନେଇ ତଦାରଖ କରିବ ଟିମ।
ତେବେ ୧୯୭୬ ମସିହାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଛି। କୁମ୍ଭୀର ଗଣନା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ୧୦ ଦିନ ପର୍ଯ୍ୟନ୍ତ ଗଣନା କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ପରିବର୍ତ୍ତେ ମାତ୍ର ୩ ଦିନରେ କୁମ୍ଭୀର ଗଣନା କରାଯିବ ନେଇ ସୂଚନା ଜାରି ହୋଇଛି। ଏହି ୩ ଦିନ ମଧ୍ୟରେ ସମସ୍ତ କୁମ୍ଭୀରଙ୍କ ଗଣନା କରି ରିପୋର୍ଟ ଦାଖଲ କରିବା ପାଇଁ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ : ଆଜି ବିଶ୍ୱ ଟାଇପିଂ ଦିବସ : ଯୋଗାଯୋଗ, ଶିକ୍ଷାର ବିସ୍ତାର ପାଇଁ ଆରମ୍ଭ ଏହି ଦିବସ