ଜୟପୁର: କାର୍ଯ୍ୟରେ ଅବହେଳା ଅଭିଯୋଗ ନେଇ ପରିବହନ ବିଭାଗର ୩ଜଣ ଅଧିକାରୀଙ୍କ ଦରମା ବନ୍ଦ କରାଯାଇଛି। ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ନିଗମ ନିର୍ଦ୍ଦେଶକ। କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ ହେବ।
୩ ଅଧିକାରୀ ହେଲେ ଜୟପୁର ଜିଲ୍ଲା ପରିଚାଳକ ଈଶ୍ବର ମହାପାତ୍ର, ଅତିରିକ୍ତ ପରିଚାଳକ ଜ୍ୟୋତି ପ୍ରକାଶ ବେହେରା ଓ ଅତିରିକ୍ତ ପରିଚାଳକ ପ୍ରୀତିଶ କୁମାର ନାୟକ। କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗଦାନ କରିବା ଯାଏଁ ଦରମା ବନ୍ଦ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଅଧିକ ପଢନ୍ତୁ: ସଫଳ ହେଲା ଆଲୋଚନା; ସରକାରଙ୍କଠୁ ପ୍ରତିଶ୍ରୁତି ପରେ ଅନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, ସ୍ୱାଭାବିକ ହେବ ସ୍ୱାସ୍ଥ୍ୟସେବା