ଭୁବନେଶ୍ୱର: ଜାନୁୟାରୀ ମାସରେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ବଣ୍ଟନ କରାଯିବ । ଗରିବ ହିତାଧିକାରୀଙ୍କୁ ନୂତନ ବର୍ଷ ଭେଟି ଦିଆଯିବ । ଏ ନେଇ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୭ ଲକ୍ଷ ଆବେଦନ ହୋଇଛି । ସେମାନଙ୍କ ମଧ୍ୟରୁ ୩୪ ଲକ୍ଷଙ୍କୁ ସର୍ଟଲିଷ୍ଟ କରାଯାଇ କେନ୍ଦ୍ର ସରକାରଙ୍କୁ ତାଲିକା ଦିଆଯାଇଛି । ଦୁଇ ତିନୋଟି ପର୍ଯ୍ୟାୟରେ ପକ୍କା ଘର ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ଚଳିତ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।