ଭୁବନେଶ୍ୱର: ରାଜ୍ୟରେ ମେଡ଼ିକାଲ ସିଟ୍ ବୃଦ୍ଧି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରୀ ମେଡ଼ିକାଲରେ କଲେଜରେ ଆଉ ୫୦୨ ପିଜି ସିଟ୍ ବୃଦ୍ଧି ପାଇଁ ଯୋଜନା ହୋଇଛି । ଏ ନେଇ ଆଗାମୀ ୨ ବର୍ଷ ମଧ୍ୟରେ ପିଜି ସିଟ୍ ଯୋଜନା କରାଯାଉଛି । ଏଥିପାଇଁ ରାଜ୍ୟର ୧୨ ମେଡିକାଲ କଲେଜକୁ ଓଡ଼ିଶା ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଚିଠି ଲେଖିଛନ୍ତି । ଭିତ୍ତି ଭୂମି ପ୍ରସ୍ତୁତି କରିବାକୁ ଡିଏମଇଟି ଚିଠି ଲେଖିଛନ୍ତି ।
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ବିଭିନ୍ନ ବିଭାଗରେ ମୋଟ ୫୦୨ ପିଜି ସିଟ୍ ବୃଦ୍ଧି ହୋଇପାରେ । ସେଥିମଧ୍ୟରେ ରହିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୩୭ ସିଟ୍, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୫୭, ବାରିପଦାରେ ୧୮, ପିଜିଆଇଏମଇଆର୍ ଏବଂ ସିଏଚରେ ୨୬, ଭୁବନେଶ୍ୱରରେ ୨୬, କଟକ ଏସସିବି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୨୪, ତାଳଚେରରେ ୩୬, ଯାଜପୁର ଏମଜେକେଏମଲିଏଚରେ ୭୦, ଜିଏମସିଏଚ୍ ଫୁଲବାଣୀରେ ୭୬, ସହୀଦ ଲକ୍ଷ୍ମଣ ନାଏକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ କୋରାପୁଟରେ ୭୫, ଏସଆରଏମଏମସିଏଚ୍ କଳାହାଣ୍ଡି ୩୫, ଏମକେସିଜି ବ୍ରହ୍ମପୁରରେ ୧୯ ଏବଂ ଜିଏମସିଏଚ ସୁନ୍ଦରଗଡ଼ ୨୯ ଟି ସିଟ୍ ବୃଦ୍ଧି କରାଯିବାର ଯୋଜନା ରହିଛି ।