ଭୁବନେଶ୍ୱର: ଜଣେ ସିଆଇଏସ୍ଏଫ୍ ଯବାନ ଦେବଦୂତ ସାଜି ମୃତ୍ୟୁ ମୁଖରୁ ଜୀବନ ଫେରାଇ ଆଣିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ସିଆଇଏସ୍ଏଫ୍ ଯବାନ ଜଣେ କର୍ମଚାରୀଙ୍କ ଜୀବନ ବଞ୍ଚାଇଦେଇଛନ୍ତି ।
ସିଆଇଏସ୍ଏଫ୍ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ମୁତାବକ, ଭୁବନେଶ୍ୱର ବିମାନ ବନ୍ଦରର ଓଓଜି ସ୍କ୍ରିନିଂ ପଏଣ୍ଟରେ ଜଣେ ଆଇଏଲ୍ଏଚବିଏସ୍ କର୍ମଚାରୀ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ସିଆଇଏସ୍ଏଫ୍ ଯବାନ ଡିମ୍ପଲ କୁମାର ଉକ୍ତ କର୍ମଚାରୀ ସିପିଆର୍ ଦେଇଥିଲେ । ଅନ୍ୟ ଜଣେ ଯବାନ ଡିପି ଗୁପ୍ତା ତାଙ୍କୁ ସହଯୋଗ କରିଥିଲେ । ଫଳରେ କର୍ମଚାରୀ ଜଣକ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା । ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ତେବେ ଡାକ୍ତର ଯବାନଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।