ଭୁବନେଶ୍ୱର: ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏହି ଅଘଟଣ। ଆଜି (ଶନିବାର) ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କଳିଙ୍ଗ ଷ୍ଟୁଡିଓ ଛକରେ ହଠାତ୍ ବସରୁ ଧୂଆଁ ବାହାରିବାରୁ ଲାଗିଲା। ଏହାଦେଖି ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡିଥିଲେ।
୨୩ ନମ୍ବର ରୁଟରେ ହଠାତ ଆମ ବସଟି ଜଳି ଉଠିଥିଲା। ଅଗ୍ନିକାଣ୍ଡରେ ବସଟି ସମ୍ପୂର୍ଣ୍ଣ ଜଳିଯଯାଇଛି। ତେବେ ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଅଧିକ ପଢନ୍ତୁ: ଜୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା: ନିୟନ୍ତ୍ରଣ ହରାଇଲା କାର, ୧୫ ଜଣଙ୍କୁ ଧକ୍କା ଦେଲା, ଜଣଙ୍କର ମୃତ୍ୟୁ