ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା ହୋଇଛି। ରାଉରକେଲାରୁ ଭୁବନେଶ୍ୱର ଆସିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜରୁରୀ ଅବତରଣ ବେଳେ କଂସର ଅଞ୍ଚଳରେ ବିମାନ କ୍ରାସ୍ ଘଟିଛି। ଏଥିରେ ପାଇଲଟଙ୍କ ସହ ୬ ଗୁରୁତର ହୋଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୁଲିସ ପହଞ୍ଚିଛି।
ସୂଚନାନୁଯାୟୀ, ଦକ୍ଷିଣ ରାଉରକେଲାର କଂସର ଅଞ୍ଚଳରେ ଶନିବାର ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି। ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇଯାଇଛି। ଫଳରେ ବିମାନଟି ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।