ଖୋର୍ଦ୍ଧା: ଜଣାପଡିଲା ଜଣ୍ଡିସ ବ୍ୟାପିବାର ପ୍ରକୃତ କାରଣ। ସ୍କୁଲ୍ ରୋଷେଇ ଘରେ ଥିବା ପାଇପ୍ ଫାଟି ପାଣି ଦୂଷିତ ହେବା କାରଣରୁ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିଥିଲା ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ସ୍କୁଲରେ ଜଣ୍ଡିସ ଆତଙ୍କ ଘଟଣାକୁ ପ୍ରତିକ୍ରିୟାରେ ସ୍ଵାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ତେବେ ମନ୍ତ୍ରୀଙ୍କ କହିବା କଥା, ପାଣି ରିପୋର୍ଟ ଆସିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ଆହୁରି ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ୍ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ସ୍ଥିତି ନିୟନ୍ତ୍ରଣରେ ରହିଛି। ସ୍କୁଲ ରୋଷେଇ ଘର ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା। ସେହି ପାଣିରୁ ଜଣ୍ଡିସ୍ ବ୍ୟାପିଥିଲା। ପାଣି ରିପୋର୍ଟ ଆସିବା ପରେ ଜଣାପଡ଼ିଛି। ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି, ସବୁ ମ୍ୟୁନିସପାଲଟିକୁ ସଜାଗ ରହିବାକୁ କୁହାଯାଇଛି ବୋଲି ମନ୍ତ୍ରୀ ସୂଚନ ଦେଇଛନ୍ତି।
ଅଧିକ ପଢନ୍ତୁ: ରାଉରକେଲାରେ ଦୁର୍ଘଟଣାଗ୍ରସ୍ତ ହେଲା ଘରୋଇ ବିମାନ; ପାଇଲଟ୍ ସହ ୬ ଯାତ୍ରୀ ଗୁରୁତର