ଭୁବନେଶ୍ୱର: ଅସୁରକ୍ଷିତ ବନ୍ୟ ଜନ୍ତୁ । ଗତ ୨୦ ମାସ ମଧ୍ୟରେ ରାଜ୍ୟରେ ୧୫୪ ହାତୀ ମରିଛନ୍ତି । ସେଥିମଧ୍ୟରୁ ୧୫ଟି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୨୩ଟି ଶିକାରୀଙ୍କ ଦ୍ୱାରା ଶିକାର ହୋଇଛି । ମଙ୍ଗଳବାର ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ମନ୍ତ୍ରୀଙ୍କ ସୂଚନା ଆଧାରରେ ସେହିପରି ଗତ ତିନି ବର୍ଷ ମଧ୍ୟରେ ୩୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୧୫ଟି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୨୩ଟି ଶିକାରୀଙ୍କ ଦ୍ୱାରା ଶିକାର ହୋଇଛି । ସେହିପରି ଗତ ୨୦ ମାସରେ ୭ଟି କଳରାପତରିଆ ବାଘ ଛାଲ, ୨ଟି ହାତୀ ଦାନ୍ତ ଓ ଗୋଟିଏ ବନ୍ଧୁକ ଜବତ ହୋଇଛି । ୨୦୨୪-୨୫ ରୁ ୨୦୨୫-୨୬ରେ ମାର୍ଚ୍ଚ ୧ ତାରିଖ ମଧ୍ୟରେ ୮୭୭୭୮.୦୨ ଘନ ଫୁଟ ପରିମାଣର ଚୋରା କାଠ ଜବତ ହୋଇଛି । ୧୦୩୯ କାଠ ଚୋରା ଚାଲାଣ ବେଳେ ଧରାପଡିଛି ।