କଟକ: କଟକର SCB Medical College and Hospitalରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ଗୁରୁତ୍ୱର ସହିତ ନେଇଛି National Human Rights Commission (ଏନ୍ଏଚ୍ଆର୍ସି)। ଏହି ଘଟଣା ସମ୍ପର୍କରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍ସି ପକ୍ଷରୁ ବିସ୍ତୃତ ରିପୋର୍ଟ ତଲବ କରାଯାଇଛି। ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା ମାମଲା ରୁଜୁ କରି ମୃତକଙ୍କ ପରିବାର ଏବଂ ଆହତଙ୍କୁ କ୍ଷତିପୂରଣ ସହ ଅଘଟଣ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରାର୍ଥନା କରି ଏନ୍ଏଚ୍ଆରସିରେ ଏହି ମାମଲା ରୁଜୁ କରିଥିଲେ। ଏନ୍ଏଚ୍ଆର୍ସି ସଦସ୍ୟ ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ୧୫ ଦିନ ଭିତରେ ସବିଶେଷ ରିପୋର୍ଟ ତଲବ କରିଛନ୍ତି।
ଖବର ଅନୁସାରେ, ହସ୍ପିଟାଲ ଭିତରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ରୋଗୀମାନଙ୍କ ସୁରକ୍ଷା, ଅଗ୍ନିନିର୍ବାପଣ ବ୍ୟବସ୍ଥା ଓ ପରିଚାଳନାରେ ଅବହେଳା ନେଇ ଗଭୀର ଚିନ୍ତା ପ୍ରକାଶ କରାଯାଇଛି। ଏହା ମାନବ ଅଧିକାର ଉଲ୍ଲଂଘନ ସହ ସମ୍ପୃକ୍ତ ହୋଇପାରେ ବୋଲି ଏନ୍ଏଚ୍ଆର୍ସି ମନେ କରିଛି।
କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ଘଟଣାର କାରଣ, କ୍ଷତି, ଆହତଙ୍କ ଅବସ୍ଥା, ଏବଂ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ। ସେଥିପାଇଁ ହସ୍ପିଟାଲରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା କେତେ ଦୃଢ଼ ଅଛି, ତାହା ମଧ୍ୟ ରିପୋର୍ଟ ତଲବ କରିବାକୁ କୁହାଯାଇଛି।
କଣ କହିଛି NHRC?
NHRC ତାଙ୍କ ନୋଟିସରେ କହିଛି ଯେ—
- ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ଗଭୀର ଚିନ୍ତାର ବିଷୟ
- ରୋଗୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି
- ଏହା ମାନବ ଅଧିକାର ଉଲ୍ଲଂଘନ ମାମଲା ହୋଇପାରେ
କେଉଁ ତଥ୍ୟ ଚାହିଁଛି?
କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି—
- ଅଗ୍ନିକାଣ୍ଡର ମୂଳ କାରଣ
- କେତେ ଲୋକ ପ୍ରଭାବିତ
- ଆହତଙ୍କ ଅବସ୍ଥା
- ନିଆଯାଇଥିବା ଆପାତକାଳୀନ ପଦକ୍ଷେପ
- ହସ୍ପିଟାଲରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ସ୍ଥିତି
ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଯୋଗୁଁ ଏଭଳି ଅଘଟଣା ଘଟିଛି। ଏହା ମାନବାଧିକାରର ଚରମ ଉଲ୍ଲଙ୍ଘନ ଓ ସରକାରଙ୍କ ଗୁରୁତର ତ୍ରୁଟି। ଏସ୍ସବି ଟ୍ରମା ଆଇସିୟୁରେ ଟ୍ରଜେଡ଼ିରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଅଗ୍ନିକାଣ୍ଡରେ ୩ ଜଣ ଗୁରୁତର ଆହତ ଚିକିତ୍ସତ ହେଉଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟ ସରକାର ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଖୁବଶୀଘ୍ର ଏକ ବିସ୍ତୃତ ରିପୋର୍ଟ NHRCକୁ ଦାଖଲ କରାଯିବ ବୋଲି ସୂଚନା ମିଳିଛି।