ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ପରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ନୁହେଁ ଭବାନୀପୁର ଆସନରୁ ଲଢ଼ିବାକୁ ଯାଉଛନ୍ତି । ଏହି ଦୁଇଟି ଆସନରେ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ।
ଟିଏମସି ପ୍ରଥମ ପର୍ଯ୍ୟାୟରେ ୨୯୪ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଛି । ୨୦୨୧ ନିର୍ବାଚନରେ ନନ୍ଦୀଗ୍ରାମରୁ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିବା ମମତା ଏଥର ଭବାନୀପୁରରେ ଶୁଭେନ୍ଦୁଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବେ । ମମତା ହାରିବା ପରେ ଉପନିର୍ବାଚନରେ ଭବାନୀପୁର ଆସନରୁ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମମତା ବାନାର୍ଜୀ ଦାବି କରିଛନ୍ତି ଯେ ତାଙ୍କ ଦଳ ୨୨୬ଟି ଆସନରେ ଜିତିବ । ବିଜେପି ୫୦ ଆସନ ମଧ୍ୟ ଜିତିପାରିବ ନାହିଁ ବୋଲି ମମତା କହିଛନ୍ତି ।
ଗତକାଲି ବିଜେପି ୧୪୪ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । ଏପ୍ରିଲ ୨୩ରେ ୧୫୨ଟି ଏବଂ ୨୯ରେ ୧୪୨ଟି ଆସନରେ ନିର୍ବାଚନ ହେବାକୁ ଯାଉଛି । ସେ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ ।