ପୁରୀ: ବୋମା ବିସ୍ଫୋରଣରେ ଜଣେ ଯୁବକଙ୍କ ହାତ ପାପୁଲି ଛିଡ଼ି ଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଛି । ଯୁବକଙ୍କ ଘର ଡେଲାଙ୍ଗ ଥାନା କୁଆପଦା ଅଞ୍ଚଳର ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡେଲାଙ୍ଗରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଯୁବକ ଜଣକ କାହିଁକି ବୋମା ଭିଡ଼ୁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ଡେଲାଙ୍ଗ ପୋଲିସ ଯାଞ୍ଚ ଆରମ୍ଭ କରିଛି ।