ନୂଆଦିଲ୍ଲୀ: ଚଳିତ ମାସ ୨୮ ତାରିଖରୁ ସଂସଦ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଶୁକ୍ରବାର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀଙ୍କ ମୁତାବକ, ସଂସଦର ଉଭୟ ଗୃହର ଆଗାମୀ ବଜେଟ୍ ଅଧିବେଶନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମତି ପ୍ରଦାନ କରିଛନ୍ତି । ଜାନୁଆରୀ ୨୮ରୁ ଏପ୍ରିଲ୍ ୨ ତାରିଖ ପର୍ୟ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୮ରୁ ଆରମ୍ଭ ହୋଇ ଫେବୃଆରୀ ୧୩ରେ ଶେଷ ହେବ । ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୨ରେ ଶେଷ ହେବ । ଫେବୃଆରୀ ୧ ତାରିଖରେ କେନ୍ଦ୍ର ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବାର ବିଶେଷ ସମ୍ଭାବନା ରହିଛି । ସେହିଦିନ ରବିବାର ମଧ୍ୟ ରହିଛି । ଏହା ପୂର୍ବରୁ ଜାନୁଆରୀ ୨୯ ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ୨୦୨୫-୨୬ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିପାରନ୍ତି ।