ଭୁବନେଶ୍ୱର: ପୁଣି ଥରେ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ପୂର୍ବତନ ଓଡ଼ିଆ ଫୁଟବଲ ଖେଳାଳୀ ଗାୟତ୍ରୀ ମଲ୍ଲିକ । ଗାୟତ୍ରୀଙ୍କୁ ଭାରତୀୟ ସିନିୟର ମହିଳା ଫୁଟବଲ୍ ଦଳର ସହକାରୀ ପ୍ରଶିକ୍ଷିକା ଭାବେ ନିଯୁକ୍ତ କରାଯାଇଛି । ସେ ଆସନ୍ତା ୧୦ ତାରିଖରୁ କୋଲକାତାରେ ଆରମ୍ଭ ହେବାକୁ ଯାଉଥିବା ତାଲିମ ଶିବିରରୁ ତାଙ୍କର କାର୍ଯ୍ୟଭାର ଗ୍ରହଣ କରିବେ । ଏଥିପାଇଁ ଗାୟତ୍ରୀଙ୍କୁ ବିଭିନ୍ନ ଆଡ଼ୁ ଶୁଭେଚ୍ଛା ସୁଅ ଛୁଟିଛି । ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ଏବଂ ଓଡ଼ିଶା ଫୁଟବଲ ଆସୋସିଏସନ୍ ପକ୍ଷରୁ ଗାୟତ୍ରୀଙ୍କୁ ଶୁଭେଚ୍ଛା ମିଳିଛି । ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟ ସିନିୟର ମହିଳା ଫୁଟବଲ୍ ଦଳକୁ ସଫଳତାର ଶୀର୍ଷକୁ ନେଇଯିବା ପାଇଁ ତାଙ୍କୁ ଶୁଭକାମନା।