ଭୁବନେଶ୍ୱର: ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପୁଛି ଭୁବନେଶ୍ୱର । ପ୍ରଦୂଷଣ ପାଇଁ ଟ୍ୱିନ ସିଟିରେ ଲାଗିଲା କଟକଣା । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କନଷ୍ଟ୍ରକସନ ବନ୍ଦ । ବାହାରେ ଆବର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ରାତିରେ ଭାରି ଯାନ ଚଳାଚଳ ଉପରେ ବି ଲାଗିଲା କଟକଣା ।
ଏହା ସହ ପ୍ରଦୂଷଣ ରୋକିବା ପାଇଁ NH ଉପରେ ଦିନକୁ ୩ଥର କରାଯିବା ପାଣି ସିଞ୍ଚନ । ମ୍ୟୁନିସିପାଲଟି ଅଞ୍ଚଳରେ କୌଣସି ଭଙ୍ଗାରୁଜା କାର୍ଯ୍ୟ ହୋଇପାରିବ ନାହିଁ । ସହର ମଧ୍ୟରେ ଟ୍ରକ ଚଳାଚଳ ବନ୍ଦ ରହିବ । କଟକଣାକୁ ବଳବତ୍ତର ରଖିବାକୁ ପୋଲିସ, RTOକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆୟିବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।