ଭୁବନେଶ୍ୱର: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଚିଲିକାକୁ ଆସୁଥିବା ୨୦ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଗୋଡରେ ବନ ବିଭାଗ ପକ୍ଷରୁ ସାଟେଲାଇଟ ଟ୍ରାନ୍ସମିଟର ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସାଟେଲାଇଟ ଟ୍ରାନ୍ସମିଟର ଦ୍ୱାରା ବିଦେଶାଗତ ପକ୍ଷୀ କେଉଁଠୁ ଆସୁଛନ୍ତି ତାହା ଜଣାପଡିବ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ଟ୍ରାନ୍ସମିଟରଗୁଡ଼ିକ ପ୍ରବାସୀ ପକ୍ଷୀମାନଙ୍କର, ବିଶେଷକରି ଗ୍ରେଟର ଫ୍ଲେମିଙ୍ଗୋ ପରି ପ୍ରଜାତିମାନଙ୍କର ଆଗମନ ଏବଂ ପ୍ରସ୍ଥାନ ପଥ ବିଷୟରେ ସଠିକ୍ ତଥ୍ୟ ପ୍ରଦାନ କରିବ। "ଏହା ଆମକୁ ବୁଝିବାରେ ସାହାଯ୍ୟ କରିବ ଯେ ଶୀତ ଋତୁ ପରେ ଏହି ପକ୍ଷୀମାନେ କେଉଁଠାକୁ ଯାତ୍ରା କରନ୍ତି ତାହା ମଧ୍ୟ ଜଣାପଡ଼ିବ। ୨୦୨୫ରେ ଏହି ପ୍ରଜାତିର ୨ଟି ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଯାଇଥିଲ। ଶୀତ ପରେ ଏହି ୨ ପ୍ରଜାତିର ପକ୍ଷୀ ଚିଲିକାରୁ ଆନ୍ଧ୍ରପ୍ରଦେଶର କୋଲେରୁ ହ୍ରଦକୁ ଯାଇଥିବା ସୂଚନା ମିଳିଛି।
ଅଧିକ ପଢନ୍ତୁ: ୨୦୪୭ ସୁଦ୍ଧା ବିକଶିତ ଭାରତ ଭିବି ଜି ରାମ୍ ଜି ବିଲ୍ର ଲକ୍ଷ୍ୟ; ମୁଖ୍ୟମନ୍ତ୍ରୀ କହିଲେ, ବିରୋଧୀ କରୁଛନ୍ତି ଅପପ୍ରଚାର