ଭୁବନେଶ୍ଵର :ବିଜେପି ପାର୍ଟି ଅଫିସ୍ରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯେଉଁଥିରେ ସେ ଭିବି ଜି ରାମ ଜି ବିଲ୍ର ଉପକାରିତା ନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏକ ମାତ୍ର ଲକ୍ଷ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା। ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ଵରାଜ୍ୟ ସ୍ଵପ୍ନ କୁ ପୁରା କରିବା ଲକ୍ଷ୍ୟ ନେଇ କରାଯାଇଛି। କୌଣସି ରାଜନୈତିକ ଫାଇଦା ଉଠାଇବା ଏହାର ଲକ୍ଷ୍ୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଭିବି ଜି ରାମ ଜି ଆଇନକୁ ନେଇ ବିରୋଧୀ ଦଳ ମାନେ ଅପପ୍ରଚାର କରୁଛନ୍ତି। କୃଷକ ବିରୋଧୀ ଓ ଗରିବ ବିରୋଧୀ ବୋଲି କହୁଛନ୍ତି ବିରୋଧୀ ଦଳ। କୃଷକ ଓ ଶ୍ରମିକ ମାନଙ୍କ ଅଧିକାର ସୁରକ୍ଷା ପାଇଁ ଆଇନରେ ବ୍ୟବସ୍ଥା କରାଯାଇଛି। ସୃଷ୍ଟି ହେଉଥିବା ଭ୍ରାନ୍ତିକୁ ଦୂର କରିବା ହେଉଛି ଆଜି ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୃଷକ ଓ ଗରିବଙ୍କ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ସମୟରେ ସ୍ଵାଧୀନତା ପୂର୍ବରୁ ଓ ପରେ ମଧ୍ୟ ବ୍ୟବସ୍ଥା ଥିଲା। ଇଂରେଜ ଶାସନ ସମୟରେ ଦୁର୍ଭିକ୍ଷ ସମୟରେ ଯୋଜନା ଏକ ଯୋଜନା କରାଯାଇଥିଲା। କିନ୍ତୁ ଲୋକଙ୍କୁ କାମ ମିଳୁନଥିଲା । କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ଵ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିହାରରେ ୬ ହଜାର କୋଟିର ଦୁର୍ନୀତି ହୋଇଥିଲା। ଉତ୍ତରପ୍ରଦେଶରେ ୧୦ ହଜାର କୋଟିର ଦୁର୍ନୀତି। ଓଡ଼ିଶାରେ ସମ୍ବଲପୁର ୨୦୧୨ରେ କିଛି ମୃତ ଏବଂ ବର୍ଦ୍ଧକ୍ୟ ଭତ୍ତା ପାଉଥିବା ଲୋକଙ୍କୁ ବି କାମ ଦିଆଯାଇଥିଲା। ଯାହା ଦୁର୍ନୀତି ବୋଲି ସ୍ପଷ୍ଟ ହେଉଥିଲା। ତେଣୁ ନୂଆ ମିଶନରେ ଢାଞ୍ଚାଗତ ସମସ୍ୟା, ବାଟମାରଣା, ଦୁର୍ନୀତିକୁ କେମିତି ରୋକଯାଇ ପାରିବ ତାହା ମୂଳ ଲକ୍ଷ୍ୟ। ୨୦୪୭ ଲକ୍ଷ୍ୟ ରଖି ଫ୍ରେମୱାର୍କ କରାଯାଇଛି। ୧୦୦ ଦିନ ବଦଳରେ ୧୨୫ କର୍ମ ନିଯୁକ୍ତି ପାଇବା ପାଇଁ ପ୍ରବଧାନ ରହିଛି।
ଅଧିକ ପଢନ୍ତୁ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ, ଶାହ ଓ ଧର୍ମେନ୍ଦ୍ର ପ୍ରଧାନ