ଭୁବନେଶ୍ୱର: ବସ୍ ଧକ୍କାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଗ୍ରାମ୍ୟଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ଭୁବନେଶ୍ୱରର ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟରତ ଜଣେ ସାମ୍ବାଦିକାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟ ସାମ୍ବାଦିକ ଜଣଙ୍କ ହେଉଛନ୍ତି ରିପୋର୍ଟର ଶିଲା ପଟ୍ଟନାୟକ।
ସୂଚନା ଅନୁଯାୟୀ, ଆଜି ପିପିଲି ନିକଟ ଜମାଲପୁର ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଜଣ ମହିଳା ଏକ ସ୍କୁଟି ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ। ପିପିଲି ମଙ୍ଗଳପୁର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସଟି ସ୍କୁଟିକୁ ଧକ୍କା ଦେଇଥିଲା।
ରାସ୍ତା ମଝିରେ ବାଲି ଗଦା ହୋଇ ରହିଥିବା ଯୋଗୁଁ ଆକ୍ଟିଭା ସ୍କୁଟି ଭାରସାମ୍ୟ ହରାଇବା ବେଳେ ପଛରୁ ଆସୁଥିବା ସାରଳା ବସ ତାଙ୍କ ଉପରେ ଚଢ଼ିଯାଇଥିଲା ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟ ହୋଇଥିଲ। ଏପଟେ ଦୁର୍ଘଟଣା ଘଟାଇ ଥିବା ଵସ ସମେତ ଡ୍ରାଇଭର ଓ ହେଲ୍ପର ଙ୍କୁ ଅଟକ ରଖିଛି ସାକ୍ଷୀଗୋପାଳ ପୁଲିସ୍।
ଅଧିକ ପଢନ୍ତୁ: ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ବିଦେଶୀ ସିଗାରେଟ୍; ବିନା କଷ୍ଟମସ୍ ଚାର୍ଜରେ ଚାଲାଣ ବେଳେ ଧରାପଡିଲା