ଭୁବନେଶ୍ବର: ବିନା କଷ୍ଟମସ୍ ଚାର୍ଜରେ ସିଗାରେଟ୍ ଚାଲାଣ। ଭୁବନେଶ୍ବର ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍। ପୁଳା ପୁଳା ବିଦେଶୀ ସିଗାରେଟ୍ କୁ କଷ୍ଟମସ୍ ବିଭାଗ ଜବତ କରିଛି। ଗତକାଲି ଦୁବାଇରୁ ଭୁବନେଶ୍ବର ଆସିଥିବା ବିମାନର ୮ଜଣ ଯାତ୍ରୀଙ୍କ ଠାରୁ ସିଗାରେଟ୍ ଠାବ ହୋଇଛି।
ଏହି ଘଟଣାରେ ୮ ଜଣଙ୍କୁ ଅଟକ ରହିଛି କଷ୍ଟମ ବିଭାଗ। ସେମାନଙ୍କ ମଧ୍ୟରୁ ୫ଜଣ ଉତ୍ତରପ୍ରଦେଶ ରାମପୁରର ଓ ୩ ଜଣ ଦିଲ୍ଲ ଯାତ୍ରୀ ବୋଲି ଜଣାପଡିଛି। ତେବେ ସେମାନଙ୍କ ବ୍ୟାଗରୁ ୨୫୦ରୁ ଅଧିକ ସିଗରେଟ୍ ଜବତ ହୋଇଛି। ଜବତ ସିଗରେଟ୍ ମୂଲ୍ୟ ୩୫ ଲକ୍ଷ ଟଙ୍କାର ହୋଇଥିବା ସୂଚନା ମିଳିଛି।
ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମସ୍ ବିଭାଗ। ସେମାନଙ୍କ ନିକଟରୁ ଦୁଇ ଦାମୀ ମୋବାଇଲ ମଧ୍ୟ ଜବତ କରାଯାଇଛି। ବ୍ଲାକ୍ ମାକେର୍ଟିଂ ପାଇଁ ଏହି ବିଦେଶୀ ସିଗାରେଟ୍ କୁ ଡୁବାଇରୁ ଭୁବନେଶ୍ବର ଅଣାଯାଇଥିଲା।
ଅଧିକ ପଢନ୍ତୁ: ଭୁବନେଶ୍ୱର ବିମାନ ବନ୍ଦରରୁ ୪ କୋଟି ମାରିଜୁଆନା ଜବତ