ବରଗଡ଼ର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଲା ବଡ଼ ରାୟ। ଅଭିଯୁକ୍ତ ଦୁଷ୍କର୍ମକାରୀକୁ ମୃତ୍ୟ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରରେ ହୋଇଥିବା ନାବାଳିକା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ପୋକ୍ସୋ କୋର୍ଟ। ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ଏଥିସହ ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ଦେବାକୁ ଡିଏଲସିଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବିକ, ଗତବର୍ଷ ନଭେମ୍ବର ମାସ ୧୫ତାରିଖରେ ଅଭିଯୁକ୍ତ ପ୍ରଶାନ୍ତ ବାଗ ଓରଫ ବରିହା ନାବାଳିକାଙ୍କୁ ମାଛ ଧରିଯିବା ଆଳରେ ଘରୁ ଡାକି ନେଇଥିଲେ ଏବଂ ଦୁଷ୍କର୍ମ ପରେ ହତ୍ୟା କରିଥିଲେ। ଏନେଇ ମୃତ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ମାମଲାଟି ବରଗଡ଼ ପୋକ୍ସୋ ଅଦାଲତରେ ମାମଲା ଚାଲିଥିଲା।
ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ଏସ୍ପି ତଦନ୍ତର ତଦାରଖ କରୁଥିଲେ ବରଗଡ଼ ଏସପି ତଦନ୍ତର ତଦାରଖ କରିଥିଲେ ଏବଂ ସମଗ୍ର ପ୍ରକ୍ରିୟାରେ କଡ଼ା ନଜର ରଖିଥିଲେ। ମାମଲାର ଶୀଘ୍ର ନ୍ୟାୟ ପାଇଁ ଜନସାଧାରଣ ବି ଦାବି କରିଥିଲେ।
ଅଧିକ ପଢନ୍ତୁ: ରାୟଗଡାରେ ଲଜ୍ଜା; ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ