ରାଜ୍ୟରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ରାୟଗଡ଼ା ଜିଲା ଗୁଡ଼ାରୀ ଥାନା ଅନ୍ତର୍ଗତ ନାଇରା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ୩ ଜଣ ଦୃବୁର୍ତ୍ତ ମିଶି ଗଣଦୁଷ୍କର୍ମ ଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବିକ, ଗତକାଲି ନାବାଳିକା ଜଣକ ନିକଟସ୍ଥ ଜଙ୍ଗଲକୁ କାଠ ପାଇଁ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଟେକି ନେଇ ଗୋଟିଏ କପା ବାଡ଼ରେ ଗଣଦୁଷ୍କର୍ମ କରିଥିଲେ। ତେବେ ଏନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ଗୁଡ଼ାରୀ ଆଇଆଇସି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଅଭିଯୁକ୍ତ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରଉଚରା କରୁଛି ପୋଲିସ।
ଅଧିକ ପଢନ୍ତୁ: ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା: ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତ ଗିରଫ