ଜଳେଶ୍ୱର:ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା। ଜବତ ହେଲା ୧୬ ଲକ୍ଷ ଟଙ୍କାର ହେରଇନ। ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କାଉବଣି ଗ୍ରାମରେ ହେରଇନ କାରବାର ନେଇ ଜଳେଶ୍ୱର ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଖବର ପାଇବା ପରେ ଭୋଗରାଇ ଅବକାରୀ ଥାନାର କର୍ମଚାରୀଙ୍କୁ ନେଇ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ଯୁବକଙ୍କ ଠାରୁ ୧୬୦ ଗ୍ରାମର ହେରୋଇନ ଜବତ କରିଥିଲେ।
ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି। ଏନେଇ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହା ସହ ଅଧିକ ତଦନ୍ତ ପାଇଁ ଉଭୟ ଜଳେଶ୍ୱର ଓ ଭୋଗରାଇ ଅବକାରୀ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ କେମିତି ଓଡିଶା ସୀମା ଭିତରକୁ ଏତେ ମାତ୍ରାରେ ହେରୋଇନ କିପରି ଆସୁଛି ତାହା ଏଵେ ଅବକାରୀ ବିଭାଗ ଉପରେ ପ୍ରଶ୍ନ ଉଠାଇଛି।