ଭୁବନେଶ୍ୱର: ପୁଣି ମେଳି ବାନ୍ଧିଲେ ବିଜେଡି ନେତା। ଯାଜପୁର ବିଜେଡି ନେତାଙ୍କୁ ନେଇ ପ୍ରମିଳା ମଲ୍ଲିକଙ୍କ ଘରେ ବସିଛି ବଡ଼ ବୈଠକ। ଆଜି ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଯାଜପୁରର ବିଜେଡି ନେତାମାନେ ଏକାଠି ହୋଇଛନ୍ତି। ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିଥିବା ଜଣାପଡ଼ିଛି।
ବୈଠକରେ ଯାଜପୁର ସଂଗଠନ ନେଇ ଆଲୋଚନା ହେଉଥିବା ନେଇ ଜଣାପଡ଼ିଛି। ତେବେ ସବୁଠାରୁ ବଡ଼ କଥା ହେଉଛି କିଛି ଦିନ ପୂର୍ବରୁ ପ୍ରଣବ ପ୍ରକାଶ ଦାସ ବିଜେଡିକୁ ନେଇ ଏକ ବୟାନ ଦେଇଥିଲେ। ବିଜେଡିରେ ଅଲ ଇଜ ନଟ ଓ୍ବେଲ ବୋଲି କହିଥିଲେ। ଏହାକୁ ନେଇ ଅନେକ ରାଜନୈତିକ ବୟାନବାଜି ମଧ୍ୟ ସାମ୍ନାକୁ ଆସିଥିଲା। ବିଜେଡି ନେତାଙ୍କ ମଧ୍ୟରେ ମନମାଳିନ୍ୟ ରହିଥିବା ନେଇ ମଧ୍ୟ କହିଥିଲେ। ତେବେ ବର୍ତ୍ତମାନ କୌଣସି ନିର୍ବାଚନ ରହିନଥିଲେ ହେଁ ନେତାଙ୍କ ମଧ୍ୟ ସମ୍ପର୍କ ଠିକ ରଖିବା ପାଇଁ ଏହି ବୈଠକ କରାଯାଉଥିବା ଚର୍ଚ୍ଚା ହେଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ତେବେ କିଛି ଦିନ ତଳେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ନେତା ବୈଠକ କରିବାକୁ ଚାହିଁଲେ ଦଳର କାର୍ଯ୍ୟାଳୟ ଶଙ୍ଖ ଭବନରେ ଏକାଠି ହୁଅନ୍ତୁ ଆଉ ସେହି ଜାଗାରେ ହିଁ ବୈଠକ କରନ୍ତୁ । ହେଲେ ତା ପରେ ମଧ୍ୟ ଦଳର ଏକାଧିକ ନେତା ଶଙ୍ଖ ଭବନ ବାହାରେ ମିଟିଂ କରୁଥିବା ନଜର ଆସିଛନ୍ତି। ଏହି କ୍ରମରେ ପ୍ରମିଳାଙ୍କ ଘରେ ବବି ଦାସଙ୍କ ସହିତ ଯାଜପୁର ବିଜେଡି ନେତା କାହିଁକି ଏକାଠି ହୋଇଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ?
ଅଧିକ ପଢନ୍ତୁ: ସମ୍ବିତ ରାଉତରାୟଙ୍କ ସମର୍ଥନରେ ବାହାରିଲେ ପ୍ରମିଳା ମଲ୍ଲିକ; ବିସ୍ପୋରକ ବୟାନ ଦେଇ କହିଲେ "ପାଣ୍ଡିଆନ ଆମର ନେତା ନୁହନ୍ତି"
ଅନ୍ୟପଟେ ଯାଜପୁର ନେତାଙ୍କ ବୈଠକକୁ ନେଇ ପ୍ରଶ୍ନରେ ପ୍ରମିଳାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ଯାଜପୁର ଜିଲ୍ଲା ସଂଗଠନ ବାବଦରେ ଆଲୋଚନା ପାଇଁ ଏକାଠି ହୋଇଥିଲୁ। ସେହିପରି ମେଳି ନାଁ ଶୁଣି ସେ ଚିହିଁକି ଉଠି କହିଛନ୍ତି ମେଳି କଣ ଓ କାହିଁକି ଏହାର କଦର୍ଯ୍ୟ ରୂପ ଦେଉଛ? କେବଳ ଜିଲ୍ଲା ସଂଗଠନ ସୁଦୃଢ଼ କରିବାକୁ ଏକାଠି ହୋଇଥିଲୁ ହୋଇଥିଲୁ ସେ ପ୍ରତିକ୍ରିୟା ରଖିଛନ୍ତି।
ଅଧିକ ପଢନ୍ତୁ: ବିଜେଡିରେ ଥାଇ କିଏ କରୁଛି ଚାଲାକି ? କିଏ ସାଜିଛି ଦୋ ମୁଣ୍ଡିଆ ? ନାଁ ନ ନେଇ ମୁନ୍ନା ଖାଁ ମାରିଲେ ତେର୍ଚ୍ଛା ବାଣ