ଜଗତସିଂହପୁର: ଧାନ ମଣ୍ଡିରେ ଚାଷୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବାବେଳେ ସେପେଟେ ଦାୟିତ୍ୱରେ ଥିବା ଅଧିକାରୀମାନେ ମନ ଇଚ୍ଛା ଛୁଟି ନେଇ ଘରେ ଆରାମ କରୁଛନ୍ତି । ଏଭଳି ଅମାନିଆ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୋଟ ୬୯ ଜଣ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜଣ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।
ଗତ ଫେବ୍ରୁଆରୀ ମାସରେ ଧାନ ମଣ୍ଡିରେ ନିଯୁକ୍ତ ଥିବା ପିଇଓ, ଆରଆଇ ଏବଂ ଭିଏଲଡବ୍ଲ୍ୟୁ ଅଧିକାରୀମାନେ କାହାକୁ କିଛି ନ ଜଣାଇ ଛୁଟିରେ ରହିଛନ୍ତି । ଫେବ୍ରୁଆରୀ ୧୨ରୁ ୨୦ ତାରିଖ ଯାଏ ଛୁଟିରେ ଥିଲେ । କାହାକୁ ନ ଜଣାଇ ଛୁଟିରେ ରହିବା ସମ୍ପୃକ୍ତ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଜିଲ୍ଲାପାଳ ଅଧିକାରୀ ମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମାର୍ଚ୍ଚ ମାସର ଦରମା ବନ୍ଦ କରିବା ସହିତ ସମସ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ନୋଟିସ୍ ଜାରି ହେବାର ଆଗାମୀ ତିନି ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ରହିଛି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି ।