ବାଲେଶ୍ୱର: ବାଲେଶ୍ୱରରେ ପୁଣି ବିଜେଡ଼ିକୁ ଝଟକା ଲାଗିଛି । ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନିତା ବେହେରା ଦଳରୁ ଇସ୍ତଫା ଦେଇଛନ୍ତି । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳ ଛାଡ଼ିଛନ୍ତି । ସୁନିତା ତାଙ୍କର ଇସ୍ତଫା ପଦ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି । ଦଳରେ ରହିଥିବା ଦୀର୍ଘ ବର୍ଷର ଯାତ୍ରା ସ୍ମରଣୀୟ ହୋଇ ରହିବ ବୋଲି ଇସ୍ତଫାରେ ଉଲ୍ଲେଖ କରିଛନ୍ତି ।
ଗତକାଲି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଏବଂ ବସ୍ତା ବ୍ଲକ ଅଧ୍ୟକ୍ଷା ବିଜେଡି ଛାଡ଼ିଥିଲେ । ବିଜେଡି ଛାଡ଼ିବା ସହିତ ସେ ପ୍ରାଥମିକ ସଦସ୍ୟରୁ ଦେଲେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ନିଷ୍ପତ୍ତି ନେଇଥିବା ରବୀନ୍ଦ୍ର କହିଥିଲେ । ସେ ବାଲେଶ୍ଵର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଥିଲେ। ବିଜେଡି ଛାଡିବା ପରେ ବିଜେପିରେ ସେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଛି। ସେ ଆଜି ବିଜେପିରେ ରବୀନ୍ଦ୍ର ଜେନା ମିଶି ପାରନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ଦଳୀୟ ସୂତ୍ରରୁ ପ୍ରକାଶ। ସମର୍ଥକଙ୍କ ସହିତ ଅନେକ ଲୋକ ପ୍ରତିନିଧି ସାମିଲ୍ ହେବାର ସମ୍ଭାବନା ରହିଛି।