ଭୁବନେଶ୍ବର: ନୂଆବର୍ଷରେ ଭୁବନେଶ୍ବର ମହାନଗର ନିଗମର ପ୍ରଥମ ପଥ ଉତ୍ସବ ଆୟୋଜିତ। ଶୀତୁଆ ସକାଳରେ ରାଜଧାନୀରେ ଜମୁଛି ପଥ ଉତ୍ସବ। ସକାଳୁ ସକାଳୁ ସଙ୍ଗୀତ, ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଦର୍ଶକ। ଏହାସହିତ ରଙ୍ଗୋଲି ଛିଟାରେ ଝଲସୁଛି ଭୁବନେଶ୍ବର ଜନପଥର ମାଷ୍ଟର କ୍ୟାଣ୍ଟିନଠାରୁ ରାମ ମନ୍ଦିର ରାସ୍ତା। ଯୋଗ, ସ୍କେଟିଂ, ବିଭିନ୍ନ ପ୍ରକାରର ଗେମ୍ସ, ଷ୍ଟ୍ରିଟ୍ ପ୍ଲେ, ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ରାଜଧାନୀର ରାଜରାସ୍ତା। ଜୁମ୍ବା ଏବଂ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଅଣାଯିବାକୁ ଏହା ଏକ ପ୍ରୟାସ।
ଓଡ଼ିଶାର କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ସହ ସହରବାସୀଙ୍କ ମନୋରଞ୍ଜନ ଓ ଶରୀରର ଫୁର୍ତ୍ତିକୁ ନେଇ ପ୍ରତିବର୍ଷ ରାଜଧାନୀରେ ଦୁଇଥର ପଥ ଉତ୍ସବ ଆୟୋଜିତ ହୋଇଥିଲା। ତେବେ ଏଥିରେ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଛି। ଆବର୍ଜନାରୁ ଦରକାରୀ ଜିନିଷ ବନାଇବା, କ୍ୟାନ୍ସରର ଓ ମଦ ପାଇଁ ସଚେତନତା ମଧ୍ୟ ଦେଖିବାକୁ ମିଳିଛି। ବିଶେଷକରି ପାରମ୍ପରିକ କଳା ଓ ନୃତ୍ୟ ପ୍ରଦର୍ଶନ ଲୋକଙ୍କ ମନକୁ ବେଶ ଛୁଇଁଥିଲା। ଏହି ପଥ ଉତ୍ସବରେ ସବୁ ବର୍ଗର ମହିଳା ପୁରୁଷ, ଶିଶୁ ଓ ଯୁବକ ଯୁବତୀମାନେ ସାମିଲ ହୋଇଥିଲେ।
ଅଧିକ ପଢନ୍ତୁ : କଲବଲ କରୁଛି ଘନ କୁହୁଡ଼ି