ଭୁବନେଶ୍ୱର: ତାତିିରୁ ଆଶ୍ୱସ୍ତି ମିଳିବା ସହ ବଢୁଥିବା ତାପମାତ୍ରାରେ ବ୍ରେକ୍ ଲାଗିବ। ଆଜିଠୁ ତିନିଦିନ ଯାଏଁ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ବର୍ଷା ସହ ବିଜୁଳି ଓ ଘଡଘଡି ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଘଣ୍ଟାପିଛା ପବନର ବେଗ ୩୦ ରୁ ୪୦ କିଲୋମିଟର ବହିବ। ଏଥି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଏପ୍ରିଲ ୧୦ ତାରିଖରେ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି। ଏହି ସମୟରେ ପବନର ଘଣ୍ଟା ପିଛା ବେଗ ୪୦ ରୁ ୫୦ କିଲୋମିଟର ରହିପାରେ।
ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଧୀରେଧୀରେ ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରାଯାଇଛି। ସୁଦୃଶ୍ୟ ଲଘୁଚାପର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବନାହିଁ। କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ଏହାସହ ଆସନ୍ତା ୩ ଦିନ ମଧ୍ୟରେ ଆହୁରି ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି।