ଆସିକା : ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୧୧ ବଖରା ଘର। ଗଞ୍ଜାମ ଜିଲ୍ଲା ଆସିକା ଧରାକୋଟ ବ୍ଲକ ଡାକିବଜା ଗାଁରେ ଆଜି ସନ୍ଧ୍ଯାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଖୁବ୍ କମ୍ ସମୟ ମଧ୍ୟରେ ଏହା ଚାରିଆଡକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡରେ ୪ ରୁ ୫ ଟି ପରିବାରର ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।