ବଲାଙ୍ଗିର : କାଳ ବୈଶାଖୀର ତାଣ୍ଡବ। ଗଛ ପଡି ଜଣେ ମୃତ ୩ ଗୁରୁତର। ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବିନ୍ଧନପଦର ଗାଁ ର ପ୍ରିତବାସ ସୁବନ କେତକୀ। ୩ ଗୁରୁତରଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ପାଟଣାଗଡ ନିକଟସ୍ଥ କେନ୍ଦୁମୁଣ୍ଡି ଗାଁ ନିକଟରେ l ମୃତକ ଜଣକ ଦିନମଜୁରିଆ ଥିବାରୁ କାମକରି ସନ୍ଧ୍ୟା ୬ଟା ସମୟରେ ଫେରିବା ବେଳେ କାଳବୈଶାଖୀ ପ୍ରଭାବରେ ହଠାତ୍ ଗୋଟିଏ ଗଛ ପଡିଯିବାରୁ ଘଟଣାସ୍ଥଳରେ ପୀତବାସ ସୁବନ କେତକୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ସମସ୍ତଙ୍କୁ ପାଟଣାଗଡ ହସ୍ପିଟାଲ ଆଣିଥିଲେ l ମୃତ ପୀତବାସ ସୁବନ କେତକୀ ଗରିବ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l