ବଲାଙ୍ଗିର :ପୁଣି ଯୌତୁକ ଜୁଇରେ ବଳି ପଡିଲା ଏକ ଜୀବନ। ଯୌତୁକ ପାଇଁ ଷ୍ଟାଫନର୍ସଙ୍କୁ ଶାଶୁଘର ଲୋକ ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଣିଲେ ଷ୍ଟାଫ ନର୍ସଙ୍କ ବାପା ।ମୃତ ଷ୍ଟାଫନର୍ସ ହେଲେ କ୍ରିଷ୍ଣା ସାହୁ । କ୍ରିଷ୍ଣା ସାହୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରେ କାର୍ଯ୍ୟରତ ଥିଲେ । କ୍ରିଷ୍ଣାଙ୍କ ମୃତ୍ଯୁ ପୂର୍ବରୁ ସେ କରିଥିବା ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ତାଙ୍କୁ ମାଡ ମରାଯାଉଥିଲା ବୋଲି କାନ୍ଦି କାନ୍ଦି କହିଛନ୍ତି।
ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଗାଈସିଲେଟ ଥାନା ସେମେଲମୁଣ୍ଡା ଗାଁ ର ଝିଅ କ୍ରିଷ୍ଣା ସାହୁ ୨୦୨୨ ମସିହାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ନେହେନାବନ୍ଦ ଗାଁ ରେ ଆଲୋକ ସାହୁ ଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଦୁଇବର୍ଷର ଶିଶୁପୁତ୍ର ଅଛି। କ୍ରିଷ୍ଣା ସାହୁ ଯୌତୁକ ପାଇଁ ଶାଶୁଙ୍କ ନିର୍ଦେଶରେ ସ୍ୱାମୀ ମାଡ ମାରୁଥିବା ନିଜ ମୋବାଇଲରେ ଗୋଟିଏ ଭିଡିଓ କରି ବାପାଙ୍କ ପାଖକୁ ପଠାଇଥିଲେ କ୍ରିଷ୍ଣା । କିନ୍ତୁ ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ କ୍ରିଷ୍ଣା ଙ୍କୁ ଶାଶୁଘର ଲୋକେ ପାଟଣାଗଡ଼ ଡାକ୍ତରଖାନା ଆଣିଥିବବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ନେଇ ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସ୍ବାମୀ ଆଲୋକକୁ ଥାନାକୁ ଆଣି ପଚରା ଉଚୁରା କରିବା ସହ ଗିରଫ କରିଥିବା ସୂଚନା ରହିଛି ।
ଅଧିକ ପଢନ୍ତୁ :- ଏଥର ବାଣ ବ୍ୟବହାର ହୋଇପାରିବ ନାହିଁ- ମୁଖ୍ୟ ପ୍ରଶାସକ