କଟକ: ଡକ୍ଟର ହରେକୃଷ୍ଣ ମହତାବ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ । ସେ ଉଭୟ ସ୍ୱାଧୀନତା ପୂର୍ବରୁ ଓ ପରେ ଓଡ଼ିଶାର ନେତୃତ୍ୱ ନେଇ । ଆଜି ଆମେ ଓଡ଼ିଶାର ଯେଉଁ ସ୍ଵରୂପକୁ ଦେଖୁଛନ୍ତି । ସେହି ସ୍ଵରୂପକୁ ସାକାର ହରେକୃଷ୍ଣ ମହତାବ କରିଥିଲେ ବୋଲି ରେଭେନ୍ସାରେ ଆୟୋଜିତ କାର୍ୟ୍ୟକ୍ରମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ କରାଯାଉଛି । ଏହି ଜାତୀୟ ସମ୍ମିଳନୀରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ପ୍ରତି ହରେକୃଷ୍ଣ ମହତାବଙ୍କ ଅତୁଳନନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି । ଆୟୋଜିତ ସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି, ଡକ୍ଟର ହରେକୃଷ୍ଣ ମହତାବ ଏକାଧାରାରେ ଜଣେ ରାଜନୀତିଜ୍ଞ, ରାଷ୍ଟନୀତିଜ୍ଞ, ମହାନ ସ୍ୱାଧିନତା ସଂଗ୍ରାମୀ, କୂଟନୀତିଜ୍ଞ ଏବଂ ସାମ୍ବାଦିକ ଥିଲେ । ସାହିତ୍ୟିକ ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପରିଣତ ହେବା ପରେ, ଓଡ଼ିଶାରେ ଗଡ଼ଜାତ ରାଜ୍ୟ ମିଶି ନ ଥିଲେ କ୍ଷେତ୍ରଫଳ ମାତ୍ର ୮୩, ୩୯୨ ବର୍ଗ କିଲୋମିଟର ଥିଲା । କିନ୍ତୁ ସ୍ୱାଧୀନତା ପରେ ହରେକୃଷ୍ଣ ମହତାବ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦ୍ୟମରେ ୨୬ଟି ଗଡ଼ଜାତ ଓଡ଼ିଶାରେ ମିଶିବା ଦ୍ୱାରା କ୍ଷେତ୍ରଫଳ ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା । ତାଙ୍କର ବୁଦ୍ଧି, ଜ୍ଞାନ ଏବଂ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସଫଳ ହୋଇଥିଲା । ତାଙ୍କୁ ଓଡ଼ିଶାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିପରି ଓଡ଼ିଶାର ରାଜଧାନୀ ତାଙ୍କ ସମୟରେ ପ୍ରତିଷ୍ଠା କରାଯାଇଥିଲା । ତାଙ୍କର ଆଉ ଏକ ପ୍ରମୁଖ ଅବଦାନ ଥିଲା ଓଡ଼ିଆ ସାମ୍ବାଦିକତା । ତାଙ୍କ ଦିଗଦର୍ଶନରେ ଓଡ଼ିଆ ସାମ୍ବାଦିକତା ଏକ ଦିଶା ପାଇଥିଲା ।
ଡ. ମହତାବଙ୍କ ସ୍ମୃତିରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ଗଠନ, ତାଙ୍କ ଜନ୍ମପୀଠ ଆଗରପଡ଼ା ଠାରେ ଏକ ସ୍ମୃତି ସ୍ମାରକୀ ଓ ବ୍ୟାଖାନ କେନ୍ଦ୍ର ପ୍ରତିଷ୍ଠା; ଭୁବନେଶ୍ୱର, ହୀରାକୁଦ ଓ ହଦଗଡ଼ ଠାରେ ମହତାବ ସ୍ମାରକୀ ନିର୍ମାଣ ଆଦି ଅନେକ ପଦକ୍ଷେପ ନିଆଯିବ ବୋଲି । ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ତାଙ୍କ ନାମରେ ଓଡ଼ିଆ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହା ସହିତ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇ ତାଙ୍କ ନାମରେ ନାମିତ କରାଯିବ ବୋଲି ସେ କହିଥିଲେ ।