ଭୁବନେଶ୍ୱର: ପୁଣି ଡ଼ହଡ଼ହ ଖରାରେ ସିଝିବ ଓଡିଶା। କିଛି ଦିନ ହେଲା ରାଜ୍ୟରେ କାଳବୈଶାଖୀ ଫଳରେ ତାତିରୁ ସାମାନ୍ୟ ମୁକ୍ତି ମିଳିଥିଲା। ପ୍ରାୟ ସପ୍ତାହ ଯାଏଁ ତାତିର ପ୍ରଭାବ ନଥିଲା। ହେଲେ ଏବେ ପୁଣି ଆରମ୍ଭ ହେବ ଗ୍ରୀଷ୍ମ ପ୍ରବାହ। ରାଜ୍ୟରେ ବଢିବ ତାତି। ଆସନ୍ତା ୨୦ ତାରିଖରୁ ତାପାମତ୍ରା ବୃଦ୍ଧି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଆଗାମୀ ୩ଦିନ ପରେ ବର୍ଷାର ପ୍ରଭାବ କମିବା ସହ ପୁଣି ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି।
IMD ପୂର୍ବାନୁମାନ କରିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ୫୦-୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହିତ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ଯାଏ ବିଜୁଳି, ଘଡଘଡ଼ି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଜପତି, ଗଞ୍ଜାମ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ-ସନ୍ଧ୍ୟା ସମୟରେ ଘଣ୍ଟାପ୍ରତି ଘଣ୍ଟା ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ବହୁତ ଅଧିକ। ଏହି ସମୟ ମଧ୍ୟରେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟା ସମୟରେ ଘଣ୍ଟାପ୍ରତି ଘଣ୍ଟା ୩୦-୪୦ କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତ ହେବାର ସମ୍ଭାବନା ବହୁତ ଅଧିକ ରହିଛି। ତେବେ ୩ ଦିନ ପରେ କାଳବୈଶାଖୀ କମିବା ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ।