ନୂଆଦିଲ୍ଲୀ: ରୁଷ ଗୁରୁବାର ୟୁକ୍ରେନର ଅଭିଯୋଗକୁ ଖଣ୍ଡନ କରିଛି । ୟୁ୍କେନ ଅଭିଯୋଗ କରିଥିଲା ଯେ, ରୁଷ ସେନା କିଭ ସ୍ଥିତ ଭାରତୀୟ ଔଷଧ କମ୍ପାନିର ଗୋଦାମ ଉପରେ ହମଲା କରିଥିଲା । ରୁଷ ଦୂତାବାସ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ୟୁକ୍ରେନର ବାୟୁ ରକ୍ଷା ମିସାଇଲ ଭାରତୀୟ ଫାର୍ମା କମ୍ପାନି କୁସୁମର ଗୋଦାମ ଉପରେ ପଡି ଥାଇପାରେ । ଭାରତରେ ୟୁକ୍ରେନ ଦୂତାବାସ ଶନିବାର କହିଥିଲେ ଯେ, ରୁଷ ମିସାଇଲ ଭାରତୀୟ ଔଷଧ କମ୍ପାନି କୁସୁମର ଗୋଦାମ ଉପରେ ଟାର୍ଗେଟ୍ କରିଛି ।
ନୂଆଦିଲ୍ଲୀରେ ୟୁକ୍ରେନର ଦୂତାବାସ ଦ୍ୱାରା ଅଭିଯୋଗ ଉପରେ ଜବାବ ଦେଇ ରୁଷ ଦୂତାବାସ କହିଛି ଯେ, ରୁଷ ସଶସ୍ତ୍ର ବଳ ଏପ୍ରିଲ ୧୨ରେ କୁସୁମ ହେଲଥକେୟାରର ଗୋଦାମ ଉପରେ ନା ହମଲା କରିଛି ନା ହମଲା କରିବାର କୌଣସି ଯୋଜନା କରିଥିଲା । ସେହି ଦିନ ୟୁକ୍ରେନର ମାନବ ବିହୀନ ବିମାନକୁ ଟାର୍ଗେଟ୍ କରିଥିଲା । ରୁଷର ସବୁ ଟାର୍ଗେଟ୍ ୟୁକ୍ରେନ ସେନା ଉପରେ ଥିଲା ।
ଋୁଷ ଦୂତାବାସ ଏହା ମଧ୍ୟ କହିଛନ୍ତି ଯେ, ଘଟଣାର ସବୁଠୁ ସମ୍ଭାିତ କାରଣ ଏହା ୟୁକ୍ରେନର ବାୟୁ ରକ୍ଷା ମିସାଇଲରୁ ଗୋଟିଏ ମିସାଇଲ କୁସୁମ ହେଲଥକେୟାରର ଗୋଦାମରେ ଖସିଥିଲା । ଫଳରେ ଗୋଦାମରେ ନିଆଁ ଲାଗି ଯାଇଥିଲା । ରୁଷ ସଶସ୍ତ୍ର ବଳ ନିଜର ସ୍ୱତନ୍ତ୍ର ସୈନ୍ୟ ଅଭିଯାନରେ କେବେ ବି ନାଗରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ନାହିଁ । ୟୁକ୍ରେନ ଲଗାଉଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ ।