ମନିଲା: ଫିଲିପାଇନ୍ସର ପାଲାୱାନ୍ ପ୍ରଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳ ନିକଟ ଏକ ଫେରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୮୭ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଫିଲିପାଇନ୍ସର ସୁନ୍ଦର ପାଲାୱାନ୍ ପ୍ରଦେଶର ସବୁଠାରୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ହେଉଛି ଏଲ୍ ନିଡୋ ଏବଂ ପୁଏର୍ଟୋ ପ୍ରିନ୍ସେସା ଭୂଗର୍ଭ ନଦୀ।
ତଟ ସୁରକ୍ଷା ବାହିନୀ ଅନୁଯାୟୀ କହିଛି, ବୁଧବାର ସନ୍ଧ୍ୟାରେ ଏମ୍/ଭି ଜୁନ୍ ଏସ୍ଥର ନାମକ ଫେରିରେ ପ୍ରାୟ ୨.୨ କିଲୋମିଟର ସମୁଦ୍ରକୂଳରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ଭିଡିଓରେ ଜାହାଜଟି ସମ୍ପୂର୍ଣ୍ଣ ନିଆଁରେ ବୁଡ଼ିଯାଇଥିବା ଦେଖାଯାଇଛି।
ତଟ ସୁରକ୍ଷା ବାହିନୀର କ୍ୟାପଟେନ୍ ନୋମି କାୟାବ କହିଛନ୍ତି ଯେ ଜାହାଜର ସୂଚନା ଅନୁଯାୟୀ, ମୋଟ ୧୩୪ ଜଣ ଯାତ୍ରୀ ଏବଂ କର୍ମଚାରୀ ଥିଲେ। ଏପର୍ଯ୍ୟନ୍ତ ୩୮ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ରୁ ସଦସ୍ୟଙ୍କ ସମେତ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେ କହିଛନ୍ତି ୮୭ ଜଣ ଏବେ ବି ନିଖୋଜ ଅଛନ୍ତି। ଏହା ଲାଇଭ୍ ତଥ୍ୟ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହିତ ପରିବର୍ତ୍ତନ ହୋଇପାରେ।
ଅଧିକ ପଢ଼ନ୍ତୁ: ଇରାନରେ ଭୂତଳ ପରମାଣୁ ସ୍ଥାନରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ଚିନ୍ତା ବଢ଼ାଇଲା