ଭଦ୍ରକ : ପଣା ପିଇ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହେଲେ ଗ୍ରାମବାସୀ। ଭଦ୍ରକ ଜିଲ୍ଲା ଜଗଦଳପୂର୍ ପଞ୍ଚାୟତ ଅନ୍ତର୍ଗତ ଜୁରାଗଡ଼ିଆ ଗାଁରେ ପଣା ପିଇ ୫୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।ସ୍ଥାନୀୟ ଆଶା କର୍ମୀ ଓ ସରପଞ୍ଚ ଘଟଣା ବିଷୟରେ ଖବର ପାଇଁ ସିଡିଏମଓ ଙ୍କୁ ଜଣାଇଥିଲେ। ପରେ ଭଦ୍ରକ ସିଡିଏମଓ ଡକ୍ଟର ସୁଧାଂଶୁ ଶେଖର ବଳ , ମହାମାରୀ ବିଶେଷଜ୍ଞ ଡକ୍ଟର ପାର୍ଥସାରଥୀ ମିଶ୍ର ଙ୍କ ଟିମ ସହ ଭଦ୍ରକ ମେଡିକାଲର ୩ଟି ଟିମ ଗାଁ ରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଘରକୁ ଘର ବୁଲି ଚିକିତ୍ସା କରାଯାଉଛି । ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରରେ ମେଡିକାଲ ଟିମ କ୍ୟାମ୍ପ କରିଛନ୍ତି । କ୍ୟାମ୍ପରେ ଚିକିତ୍ସା ସହ ଆକ୍ରାନ୍ତଙ୍କୁ ଓ ଆର ଏସ ସହ ଅନ୍ୟ ମେଡିସିନ ଦିଆଯାଉଛି । ଅଧିକ ଗୁରୁତର ବ୍ଯକ୍ତିଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠା ଯାଇଛି ।