ସୁନ୍ଦରଗଡ଼: ବନ୍ଧୁକ ଦେଖାଇ ଛେଳି ବ୍ୟବସାୟୀଙ୍କଠୁ ଲୁଟି ନେଲେ ୩ ଲକ୍ଷ ଟଙ୍କା। ଏଭଳି ଘଟଣା ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ବଘିଆବେର୍ଣ୍ଣି ଗାଁ ନିକଟରେ ଘଟିଛି।
ସୂଚନା ଅନୁଯାୟୀ ଜଣେ ଛେଳି ବ୍ଯବସାୟୀ ବ୍ୟାଗ୍ ରେ ୩ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ତାଙ୍କ ପିଛା କରି ୪ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାକୁ ନେଇ ବ୍ଯବସାୟୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।