ଜଗତସିଂହପୁର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର । ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ୨୨ ମୌଜା ଅଲିପଡା ପୋଲ ନିକଟରେ ଜଳିଗଲା ଚଳନ୍ତା କାର।
ସୂଚନା ଅନୁଯାୟୀ କାରଟି ଚାଲୁଥିବା ବେଳେ ହଠାତ୍ ଜଳି ଉଠିଥିଲା ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେ ସଂଗେସଂଗେ କାର ରୁ ଓହ୍ଲାଇ ପଛରେ ବସିଥିବା ଯାତ୍ରୀକୁ ମଧ୍ଯ ବାହାର କରିଥିଲେ। ତେଣୁ କାରରେ ଥିବା ଯାତ୍ରୀଙ୍କର କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି । ଖବର ପାଇ ବିରିଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ।