ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା । ଛେଳି ଚରାଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବାର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପିଡିତା ଜଣକ ବିଲରେ ପଡିଥିବା ବେଳେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଏନେଇ ରଘୁନାଥପୁର ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଜଣେ ମହିଳା ଛେଳି ଚରାଇ ଫେରୁଥିଲେ । ଏହି ସମୟରେ ତାଙ୍କୁ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ ଉଦ୍ୟମ ସହ ମାଡ଼ ମାରି ଲହୁଲୁହାଣ କରିଥିବାର ଅଭିଯୋଗ ହୋଇଛି । ଏ ବାବଦରେ ପିଡିତା ତାଙ୍କ ସ୍ୱାମୀଙ୍କ ସହ ରଘୁନାଥପୁର ଥାନାକୁ ଯାଇ ଏତାଲା ଦେବାପରେ ପୋଲିସ ତାଙ୍କୁ ମେଡିକାଲ ପଠାଇ ଚିକିତ୍ସା କରିବା ସହ ଘରକୁ ପଠାଇ ଦେଇଥିଲା । ହେଲେ ଥାନା ଠାରୁ ତାଙ୍କ ଘରକୁ ପ୍ରାୟ 10 କିମି ବାଟ ରାତିରେ ଚାଲି ଚାଲି ଘରକୁ ଫେରୁଥିବା ବେଳେ ବାଟରେ ଅସୁସ୍ଥ ହୋଇ ଚେତାଶୂନ୍ୟ ଅବସ୍ଥାରେ ପଡିଯାଇଥିଲେ ପିଡିତା। ଏହା ଦେଖି ସ୍ଥାନୀୟ କିଛି ଗ୍ରାମବାସୀ ମହିଳା ଙ୍କୁ ମେଡିକାଲ ନେବା ସହ ଚିକିତ୍ସା କରିଥିବାର ଜଣା ଯାଇଛି । ରାତିରେ ଜଣେ ପିଡିତାଙ୍କୁ ପୋଲିସ କିପରି ଅସୁରକ୍ଷିତ ଭାବରେ ଘରକୁ ପଠାଇ ଦେଲା ତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ।