କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦାନପୁର ପୋଲ ଉପରେ ଛିଡ଼ା ହୋଇ ବନ୍ୟା ପାଣି ଦେଖୁଥିବା ବେଳେ ଭାସି ଗଲେ ମହିଳା । ନିଖୋଜ ମହିଳାଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି । ନିଖୋଜ ମହିଳା ଜଣକ ହେଲେ କେଶରପୁର ଗ୍ରାମର ମନୋରମା ଦାସ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସ୍ଥାନୀୟ କେଶରପୁର ଗ୍ରାମର ମନୋରମା ଦାସ ନାମକ ଜଣେ ମହିଳା ଆଜି ସକାଳେ ଲୁଣାନଦୀରେ ଆସିବଥିବା ବନ୍ୟା ଦେଖିବାକୁ ଯାଇଥିଲେ । ଦାନପୁର ପୋଲ ଉପରେ ଛିଡ଼ା ହୋଇ ପାଣି ଦେଖୁଥିବାବେଳେ ଅସାବଧାନତା ବଶତଃ ନଦୀକୁ ଖସି ପଡ଼ିଥିଲେ । ଏହା ପରେ ପ୍ରଖର ଜଳ ସ୍ରୋତରେ ସେ ନିଖୋଜ ହୋଇଯାଇଥିଲେ । ତୁରନ୍ତ ଅଗ୍ନିଶମ ବାହିନୀ ପହଁଚି ମନୋରମାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ପାରିନଥିଲେ ।
ମନୋରମା ଆଜି ସକାଳୁ ରକ୍ତ ପରୀକ୍ଷା ପାଇଁ ବଜାରକୁ ଆସିଥିଲେ। କାମ ସାରି ଘରକୁ ଫେରୁଥିବା ବେଳେ ଦାନପୁର ପୋଲ ଉପରେ ଥାଇ ଲୁଣା ନଦୀରେ ବନ୍ୟା ଦେଖୁଥିବାବେଳେ ଏଭଳି ଅଘଟଣ ଘଟିଥିବା ପରିବାର ଲୋକେ କହିଛନ୍ତି ।