ନୂଆଦିଲ୍ଲୀ: ଆଗାମୀ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ବହୁତ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ପେସ୍ ଆକ୍ରମଣର ମୁଖ୍ୟ ଅସ୍ତ୍ର ତଥା ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମରା୍ ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସେଲେନ୍ସ (COE)ରେ ବାଧ୍ୟତାମୂଳକ ଫିଟନେସ୍ ଟେଷ୍ଟରେ ଗ୍ରୀନ ସିଗଲାନ ମିଳିଛି । । ଏହା ସହିତ ସେ ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରୁ ଉଭୟ ମ୍ୟାଚ୍ରେ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ସ୍ପଷ୍ଟ ହୋଇଯାଇଛି।
ସୂଚନାଯୋଗ୍ୟ ଯେ, ନିକଟରେ ସମାପ୍ତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳୁଥିବା ସମୟରେ ବୁମରାଙ୍କୁ ଆଘାତର ସାମ୍ନା କରିବାକୁ ପଡ଼ିଥିଲା। ଏହି କାରଣରୁ ତାଙ୍କୁ ଲର୍ଡ୍ସଠାରେ ଖେଳାଯାଇଥିବା ସିରିଜ୍ର ତୃତୀୟ ତଥା ଅନ୍ତିମ ଦିନିକିଆରୁ ବାହାରେ ରହିବାକୁ ପଡ଼ିଥିଲା। ତେବେ ତାଙ୍କର ଏହି ଆଘାତ ଏତେଟା ସାଂଘାତିକ ନଥିଲା ଏବଂ ସେ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇସାରିଛନ୍ତି।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ ସୂଚନା ଦେଇ କହିଛନ୍ତି, ବୁମରା ଆଘାତରୁ ସମ୍ପୂର୍ଣ୍ଣ ସମସ୍ୟାରୁ ସଂପୂର୍ଣ୍ଣ ମୁକୁଳି ସାରିଛନ୍ତି । ସେ COE ଦ୍ୱାରା ଧାର୍ଯ୍ୟ ସମସ୍ତ ଫିଟନେସ୍ ପରୀକ୍ଷାରେ ପାସ୍ କରିଛନ୍ତି। ଆଶା କରାଯାଉଛି ସେ ଉଭୟ ମ୍ୟାଚ୍ ପାଇଁ ଉପଲବ୍ଧ ରହିବେ।
ଶ୍ରୀଲଙ୍କା ଗସ୍ତ ପରେ ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ କଠିନ ସିରିଜ୍ ଖେଳିବାର ଅଛି। ଏଭଳି ପରିସ୍ଥିତିରେ, ଶ୍ରୀଲଙ୍କା ଭୂମିରେ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ଥିବା ଟିମ୍ ଇଣ୍ଡିଆ ପାଇଁ ବୁମରାଙ୍କ ଘାତକ ବୋଲିଂ ଆକ୍ରମଣ ଏକ ବଡ଼ ମାଇଲଖୁଣ୍ଟ ସାବ୍ୟକ୍ତ ହେବ। ଦଳରେ ବୁମରା ଏବଂ ରବୀନ୍ଦ୍ର ଜାଡେଜାଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଶିବିରକୁ ଆହୁରି ମଜବୁତ କରିଛି।
Also read: ଐତିହାସିକ ଭାରତ-ବ୍ରାଜିଲ ମ୍ୟାଚ୍; ତାରିଖ ଏବଂ ସ୍ଥାନ ନିଶ୍ଚିତ