A post shared by Ajinkya Rahane (@ajinkyarahane)
ଅଷ୍ଟ୍ରେଲିଆରେ ଐତିହାସିକ ବିଜୟର ନେତୃତ୍ୱ
କ୍ୟାରିୟର ମଧ୍ୟରେ ଅଜିଙ୍କ୍ୟ ରାହଣେ ଭାରତ ପାଇଁ ୬ଟି ଟେଷ୍ଟ ମ୍ୟାଚ୍ରେ ଅଧିନାୟକତ୍ୱ କରିଥିଲେ। ସେଥିମଧ୍ୟରୁ ୪ଟିରେ ଭାରତ ବିଜୟୀ ହୋଇଥିବାବେଳେ ୨ଟି ମ୍ୟାଚ୍ଡ୍ରା ରହିଥିଲା। ତାଙ୍କର ଏହି ଶାନ୍ତ ଓ ଦୃଢ଼ ନେତୃତ୍ୱରେ ଭାରତୀୟ ଦଳ ୨୦୨୧ ମସିହାରେ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ଗୌରବ ଅର୍ଜନ କରିଥିଲା।
ଅଜିଙ୍କ୍ୟ ରାହଣେଙ୍କ କ୍ରିକେଟ୍ କ୍ୟାରିୟର:
୩୮ ବର୍ଷୀୟ ରାହଣେ ୨୦୧୧ ମସିହାରେ ଦିନିକିଆ ଏବଂ ଟି-୨୦ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ। ୨୦୧୩ରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଏବଂ ଜୁଲାଇ ୨୦୨୩ରେ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ, ଯାହା ତାଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ସାବ୍ୟସ୍ତ ହୋଇଥିଲା। ନିକିଆ କ୍ରିକେଟ୍ ୨୦୧୮ ପରଠାରୁ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ୨୦୧୬ ପରଠାରୁ ସେ ଦଳରୁ ବାହାରେ ଥିଲେ।
ରାହଣେ ତାଙ୍କର ସମଗ୍ର ଅନ୍ତର୍ଜାତୀୟ କ୍ୟାରିୟରରେ ୮୫ଟି ଟେଷ୍ଟ, ୯୦ଟି ଦିନିକିଆ ଏବଂ ୨୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚ୍ଗୁଡ଼ିକରେ ସେ ଯଥାକ୍ରମେ ୫୦୭୭, ୨୯୬୨ ଏବଂ ୩୭୫ ରନ୍ ସଂଗ୍ରହ କରିଛନ୍ତି। ଟେଷ୍ଟ କ୍ରିକେଟରେ ୧୨ଟି ଏବଂ ଦିନିକିଆରେ ୩ଟି ଶତକ ତାଙ୍କ ନାମରେ ରହିଛି।