ଯାଜପୁର: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ବର୍ଷା ହେବାରୁ ବୈତରଣୀ ଜଳସ୍ତର ବଢିଛି । ଫଳରେ ବୈତରଣୀର ଶାଖା ନଦୀ କାଣୀ ନଦୀରେ ଘାଇ ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାଜପୁର ଦଶରଥପୁର ବ୍ଲକ କସପା ପଞ୍ଚାୟତ ନିକଟରେ ଘାଇ ସୃଷ୍ଟି ହୋଇଛି। ଦଶରଥପୁରର ୪ଟି ପଞ୍ଚାୟତ ଘାଇ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବର୍ଷା ସହ ବନ୍ୟା ଜଳ ଲୋକଙ୍କ ପାଇଁ ଦୁର୍ଦ୍ଦଶା ଆଣିଛି ଘାଇ ସୃଷ୍ଟି ହୋଇଛି। ଲଗାଣ ବର୍ଷା କାରଣରୁ ବୈତରଣୀ ନଦୀରେ ତୃତୀୟ ବନ୍ୟା ଆସିଛି । ଲୋକମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ଦଶରଥପୁରରେ ବିପଦ ସଂକେତ ୯.୫୨ମିଟର ଥିବା ବେଳେ ୧୨.୧୮ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି ।
ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେଉଥିବାରୁ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ୨,୨୫,୨୦୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଉକ୍ତ ଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ ପୁଣି ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରି ସୂଚନା ମିଳିବା ପରେ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି।
ଅଧିକ ପଢନ୍ତୁ : ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ