କଟକ: ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ପୂର୍ବତନ ସଭାପତି ରଞ୍ଜନ ମଲ୍ଲିକ ଗିରଫ ହୋଇଛନ୍ତି। ଯାଜପୁରରୁ ତାଙ୍କୁ କଟକ ମଧୁପାଟଣା ପୋଲିସ ଗିରଫ କରିଛି । ରଞ୍ଜନଙ୍କ ନାଁରେ ୨୪ ଲକ୍ଷ ଟଙ୍କା ଆତ୍ମସାତ କରିଥିବାର ଅଭିଯୋଗ ହୋଇଥିଲା । ଏହା ସହିତ ଗୃହରକ୍ଷୀ କର୍ମକର୍ତ୍ତାଙ୍କୁ ଧମକ ଦେବା ନେଇ ମଧ୍ୟ ମଧୁପାଟଣା ଥାନାରେ ଅଭିଯୋଗ ହୋଇଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
୨୦୨୩ରେ ସୋସିଆଲ୍ ମିଡ଼ିଆରେ ଆତ୍ମାହୁତି ଧମକ ଦେଇ ଚର୍ଚ୍ଚାକୁ ଆସିଥିଲେ ରଞ୍ଜନ ମଲ୍ଲିକ ।
Also read: ଏଣିକି ରାଜ୍ୟରେ କେହି ରହିବେନି ଭୂମିହୀନ; ବଡ଼ ଘୋଷଣା କଲେ ରାଜ୍ୟସ୍ୱ ମନ୍ତ୍ରୀ, କହିଲେ, ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର