ବ୍ରହ୍ମପୁର : ସୈତାନ ମାମୁକୁ ମିଳିଲା ସଜ୍ଜା। ନାବାଳିକା ଭାଣିଜୀକୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ମାନ୍ୟବର ପୋସ୍କୋ କୋର୍ଟ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଂଚଳରେ ଚଳିତ ବର୍ଷ ଏପ୍ରିଲ୍ ୨୫ ତାରିଖରେ ଗାଁରେ ରାତିରେ ଯାତ୍ରା ଚାଲିଥିବା ବେଳେ ସଂପର୍କୀୟ ମାମୁଁ ୫ ବର୍ଷର ଭାଣିଜିକୁ ଯାତ୍ରା ବୁଲାଇବାର ଲୋଭ ଦେଖାଇ ନିଛାଟିଆ ସ୍ଥାନକୁ ନେଇ ତାକୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା ।
ଝିଅ ନିଖୋଜ ହୋଇଥିବା ଜାଣି ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ।ସେପଟେ ଗାଁ ଲୋକ ସଂପର୍କୀୟ ମାମୁଁ ତଥା କାଳିଆ ନାହାକକୁ ଝିଅ ସହ ଦେଖିଥିବାରୁ ତାକୁ ପଚାରିବା ପରେ ସବୁ ସତ ଓଗାଳିଥିଲା ସେହି ସଂପର୍କୀୟ ମାମୁଁ । ଅଭିଯୁକ୍ତ ଗିରଫ ପରେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟରେ ବିଚାର ଚାଲିଥିଲା । ସୋମବାର ମାନ୍ୟବର ଜଜ୍ ନିଜ ରାୟରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାର ମାତ୍ର ୪ ମାସ ଭିତରେ ଅଭିଯୁକ୍ତକୁ ମାନ୍ୟବର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାରୁ ମୃତ ନାବାଳିକାଙ୍କ ପରିବାର ରାୟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।
ଅଧିକ ପଢନ୍ତୁ: ଡୁଡୁମା ଜଳପ୍ରପାତରେ ଭିଡ଼ିଓ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର; ବ୍ଲଗ ସୁଟିଂ ବେଳେ ଅଚାନକ ଡ୍ୟାମର ପାଣି ମାଡ଼ିଆସିବାରୁ...