ଭୁବନେଶ୍ୱର: ରାଜ୍ୟରେ ଦାଦନ ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରୁଛନ୍ତି । କେଉଁ ରାଜ୍ୟକୁ ଅଧିକ ଦାଦନ ଶ୍ରମିକ ଯାଉଛନ୍ତି ସେହି ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ଯିବ । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଯେଉଁ ରାଜ୍ୟକୁ ଅଧିକ ସଂଖ୍ୟକ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ସ୍ୱତନ୍ତ୍ର ଟିମ ଗସ୍ତ କରିବ । କାହିଁକି ସେମାନେ ସେହି ରାଜ୍ୟକୁ ଯାଉଛନ୍ତି ତାର କାରଣ ଜାଣିବା ପାଇଁ ସେଠାକର ସରକାରଙ୍କ ସହିତ ଆଲୋଚନା କରାଯିବ ଏବଂ ତାହାର ନିରାକରଣ ମଧ୍ୟ କରାଯିବ । ସେହିପରି ଦାଦନ ରୋକିବାକୁ ଅଂଚଳରେ ଅଧିକ ଟେକ୍ସଟାଇଲ ପାର୍କ କରାଯିବ । ଯାହା ପରିବର୍ତ୍ତନ ଆଣିବ । ଦାଦନ ରୋକିବାକୁ ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡ ପ୍ରଦାନ କରିଥିଲେ । ଯାହା ଦ୍ୱାରା ପୂର୍ବ ବର୍ଷ ଅପେକ୍ଷା ଏଥର ଦାଦନ ସଂଖ୍ୟା ହ୍ରାସ ପାଇଛି । କିନ୍ତୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ରାଜ୍ୟ ସରକାର ଚର୍ଚ୍ଚା ଆଲୋଚନା କରୁଥିବା ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।