ପୁରୀ: ନୂଆ ଏସପିଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ। ପୁରୀ ଏସପି ଭାବେ ଦାୟିତ୍ୱ ପାଇବା ପରେ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଏସପି ପ୍ରତୀକ୍ ସିଂ। ମହାପ୍ରଭୁଙ୍କ ଦର୍ଶନ ସହିତ ନୂଆ ଦାୟିତ୍ୱ ତୁଲାଇବା ସୌଭାଗ୍ୟର କଥା ବୋଲି କହିଛନ୍ତି ପ୍ରତୀକ୍ ସିଂ। ସେ ଆହୁରି କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଫୋକସ୍ ରହିବ। ନୂଆ ଏସପି ଭାବରେ ଯୋଗଦେବା ପରେ ଶ୍ରୀମନ୍ଦିର ସୁରକ୍ଷା ସହ ଟୁରିଷ୍ଟ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଫୋକସ୍ ରହିଛି ବୋଲି ସେ କହିଛନ୍ତି । ଶୃଙ୍ଖଳିତ ଦର୍ଶନ ଭକ୍ତଙ୍କ ସୁରକ୍ଷା ସହିତ ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି।
ପୁରୀ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଇବାକୁ ସରକାର ତାଙ୍କୁ ଦାୟିତ୍ଵ ଦେଇଛନ୍ତି । ତେଣୁ ପୂର୍ବ ଅଭିଜ୍ଞତାକୁ ପାଥେୟ କରି ଭଲ କାମ କରିବାକୁ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ଏଥିସହ ପୁରୀ ପୋଲିସ ଟିମ୍ ଠାରୁ ଜାଣିବାର ଶିଖିବାର ଅଛି ବୋଲି କହିଛନ୍ତି ଏସପି । ରଥଯାତ୍ରା ସମୟରେ ପୁରୀରେ ଅନେକ ଥର ଡ୍ୟୁଟି କରି ସାରିଛନ୍ତି, ତେଣୁ ରୋଡ ମ୍ୟାପ ପ୍ରସ୍ତୁତ କରିବାଟା ପ୍ରତୀକ ସିଂଙ୍କ ଅନୁଭୁତି ସମ୍ପନ୍ନ ହୋଇପାରିବ ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ: କେଉଁ ରାଜ୍ୟକୁ ଅଧିକ ଯାଉଛନ୍ତି ଦାଦନ ? ସେଠାକୁ ଯିବ ଟିମ୍: ଉପମୁଖ୍ୟମନ୍ତ୍ରୀ