ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଚାଗିଦ ସତ୍ତ୍ୱେ ନିଜ ଜିଦରେ ଅଟଳ ଅମଲା ସଂଘ । ଆଲୋଚନା ପରେ ଅମଲା କର୍ମଚାରୀ କାର୍ଯ୍ୟ ଯୋଗ ଦେଇ ନ ଥିବା ଦେଖାଯାଇଛି । ବିଭିନ୍ନ ଜିଲ୍ଲାରେ ଅମଲା କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ରାଜ୍ୟ ସରକାର ଦାବି ପୂରଣ ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି । ଆଜିକୁ ମିଶାଇ ଅମଲାଙ୍କ ଆନ୍ଦୋଳନ ୧୪ ଦିନରେ ପହଁଚିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଅମଲା ସଂଘ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆଲୋଚନା ହୋଇଥିଲା । ସୋମବାରଠାରୁ ଅମଲା କର୍ମଚାରୀ ଆନ୍ଦୋଳନରେ ଯୋଗଦେବେ ବୋଲି ମନ୍ତ୍ରୀ କହିଥିଲେ । ଆଉ ଚେତବାନୀ ଦେଇଥିଲେ ଏବେ ସରକାର ଅସ୍ତ୍ର ବ୍ୟବହାର କରୁନାହାନ୍ତି । ଯଦି ସେମାନେ ସୁଧୁରିବେ ନାହିଁ, ସରକାରକୁ ଅପଦସ୍ତ କରିବାକୁ ଚେଷ୍ଟା କରିବେ, ତାହେଲେ ରାଜସ୍ୱ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ସେମାନେ ସମ୍ଭାଳିବା ପାରିବେ ନାହିଁ ବୋଲି କହିଥିଲେ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ । ଅମଲାଙ୍କୁ ବିଜେଡ଼ି ଢାଲ କରି ସରକାରକୁ ବଦନାମ କରିବାକୁ ଚାହୁଁଥିବା ସିଧା ସିଧା କହିଥିଲେ ମନ୍ତ୍ରୀ ।