ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା । କହିଲେ, ଏଣିକି ରାଜ୍ୟରେ ଆଉ କେହି ଭୂମିହୀନ ରହିବେ ନାହିଁ । ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଯୋଗାଇଦେବେ ତହସିଲଦାର । ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା ରାଜ୍ୟରେ ଥିବା ସବୁ ଭୂମିହୀନଙ୍କୁ ଖୋଜି ରାଜ୍ୟସ୍ୱ ବିଭାଗ ବିଭାଗ ପଟ୍ଟା ଯୋଗାଇଦେବ ବୋଲି ଦୃଢୋକ୍ତି ଦେଇଛନ୍ତି ରାଜ୍ୟସ୍ୱ ମନ୍ତ୍ରୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସହିଦ ମିନାର ଠାରେ ସହିଦ ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ଅଧିକ ପଢନ୍ତୁ: ଭୁବନେଶ୍ୱର ହେବ ଟର୍ମିଲାନ୍-୩, ଖୋଲିଲା ‘ଉଡ଼ାଣ ଯାତ୍ରୀ କାଫେ’, ଶସ୍ତାରେ ମିଳିବ ଖାଦ୍ୟ
ମନ୍ତ୍ରୀ କହିଛନ୍ତି କେବଳ ଗରିବ ଭୂମିହୀନ ନୁହେଁ ସ୍କୁଲଗୁଡିକୁ ମଧ୍ୟ ଜମି ପଟ୍ଟା ଯୋଗାଇ ଦିଆଯିବ। ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ପଟ୍ଟା ଦେବେ ତହସିଲଦାର। ଗୋଟିଏ ବର୍ଷ ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୨୨ ହଜାର ଜମି ପଟ୍ଟା ପ୍ରଦାନ କରାଯାଇଛି। ଶିକ୍ଷାନୁଷ୍ଠାନକୁ ଜଙ୍ଗଲ କିସମ ଜମି ମଧ୍ୟ ପଟ୍ଟା କରି ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।